Odisha Link
Bridging the Missing Links in Odisha

ମାଘରେ ନାହିଁ ବାଘ ଶୀତ, ୩୨ ଡିଗ୍ରୀ ଛୁଇଁଲା ରାଜଧାନୀ ତାତି

ଓଏଲ୍‌ ବ୍ୟୁରୋ: ରାଜ୍ୟରୁ ଶୀତ ଧୀରେ ଧୀରେ ଗାଏବ ହେବାରେ ଲାଗିଛି। ଏବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି। ମାଘରେ ଆଉ ବାଘ ଭଳି ଶୀତ ନାହିଁ। ହାତଗଣତି କିଛି ଜିଲ୍ଲାକୁ ଛାଡ଼ି ‌ଦେଲେ ସାରା ରାଜ୍ୟରୁ ଶୀତ ଏକପ୍ରକାର ଗାଏବ ହୋଇଛି। କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଉପରକୁ ଚାଲିଯାଇଛି। ଆଜି ୩୨ ଡିଗ୍ରୀ ଛୁଇଁଚି ରାଜଧାନୀ ଭୁବନେଶ୍ୱରର ଦିନ ତାପମାତ୍ରା, ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।