Odisha Link
Bridging the Missing Links in Odisha

ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍

ଓଏଲ୍ ବ୍ୟୁରୋ: ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ୱାକଫ ସଂଶୋଧନ ବିଲ୍। ଲୋକସଭାରେ ଗତକାଲି ୱାକଫ ସଂଶୋଧନ ବିଲ୍ ଉପରେ ଦୀର୍ଘ ସାଢ଼େ ୧୦ ଘଣ୍ଟା ଆଲୋଚନା କରାଯିବା ପରେ ବିଳମ୍ବିତ ରାତିରେ ଏହା ଗୃହୀତ ହୋଇଛି। ୱାକଫ ସଂଶୋଧନ ବିଲ୍ ୨୦୨୫ ଏବଂ ମୁସଲମାନ୍ ୱାକଫ୍ ପ୍ରତ୍ୟାହାର ବିଲ୍ ୨୦୨୪ ଗୃହୀତ ହୋଇଛି। ଏହି ବିଲ୍ ସପକ୍ଷରେ ୨୮୮ ଜଣ ମତ ଦେଇଥିଲାବେଳେ ବିପକ୍ଷରେ ୨୩୨ ଜଣ ମତ ଦେଇଥିଲେ। ଗତକାଲି ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଉପସ୍ଥାପିତ ହେବ ପରେ ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି ।