Odisha Link
Bridging the Missing Links in Odisha

ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ କରିଥ‌ିବା ସ୍ଥାନର ଫଟୋ ଜାରିକଲା ନାସା

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଜାରି କରାଯାଇଛି ଏକ ଫଟୋ। ଯାହାକି ଲ୍ୟାଣ୍ଡର ବିକମ୍ର ଲ୍ୟାଣ୍ଡିଙ୍ଗ କରିବାର ସ୍ଥାନ ବୋଲି ଦର୍ଶାଇଛି ନାସା। ଏଥିସହିତ ନାସା ପକ୍ଷରୁ କୁହାଯାଇଛି କି, ଚନ୍ଦ୍ରଯାନ-୨ ସହିତ ସମ୍ପର୍କ ସ୍ଥାପନା କରିବା ପାଇଁ ଲାଗିଥିବା ଟିମ୍‌ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି।

ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସେପ୍ଟମ୍ବର-୭ରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାକୁ ଉଦ୍ୟମ କରିଥିଲା। ଲ୍ୟାଣ୍ଡର ବିକ୍ରମ ମଧ୍ୟ ହାଡ ଲ୍ୟାଣ୍ଡିଙ୍ଗ କରିଥିଲା। ଚନ୍ଦ୍ରପୃଷ୍ଠର କୌଣସି ପାର୍ବତୀୟ ଭୂମି ଉପରେ ଲ୍ୟାଣ୍ଡିଙ୍ଗ ହେବା ପରେ ଏହାର କୌଣସି ତଥ୍ୟ ମିଳୁନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି। ଏଥିସହିତ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡ କରିଥିବା ସ୍ଥାନର ଫଟୋ ଏବେ ଛାଡିଛି। ଏହି ଫଟୋକୁ ନାସାର ଅବ୍ରିଟର ଫଟୋ ଉଠେଇଛି। ଏହି ଫଟୋରେ ଧୂଳିର ଚିତ୍ର ଅଛି।