Odisha Link
Bridging the Missing Links in Odisha

ଶେଷ ପର୍ଯ୍ୟାୟରେ ମାଟ୍ରିକ ଖାତା ଦେଖା, ମେ’ ମାସରେ ପ୍ରକାଶ ପାଇବ ରେଜଲ୍ଟ

ଓଏଲ୍‌ ବ୍ୟୁରୋ: ଶାନ୍ତି ଶୃଙ୍ଖଳାରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶେଷ ହୋଇଥିବାବେଳେ ଶେଷ ପର୍ଯ୍ୟାୟରେ ପହଂଚିଛି ମାଟ୍ରିକ ଖାତା ଦେଖା। ଉତ୍ତର ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ସମାପ୍ତ ମଧ୍ୟରେ ଶେଷ ହେବ। ଖାତା ମୂଲ୍ୟାଙ୍କନ ପରେ ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।

ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଥିଲା। ଏହାଛଡା ପରୀକ୍ଷା କେନ୍ଦ୍ରରେ ଯେମିତି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଂ ସ୍କ୍ୱାଡ୍‌, ସେଣ୍ଟ୍ରାଲ ଅବ୍‌ଜରଭର୍‌ ଓ ଜିଲ୍ଲା ସ୍ତରୀୟ ପର୍ୟ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିଲା।

କେଉଁଠୁ ବି ପ୍ରଶ୍ନପତ୍ର ଭାଇରାଲ ହେବାର ଅଭିଯୋଗ ଆସିନାହିଁ। ସିରିଏଲ ନମ୍ବର ଓ କ୍ୟୁ ଆର୍ କୋଡ ଯୋଗୁଁ ପ୍ରଶ୍ନପତ୍ର ଭାଇରାଲ ରୋକି ହୋଇଛି। ଏଆଇ କ୍ୟାମେରା ଫଳପ୍ରଦ ହୋଇଛି, କେଉଁଠି ବି ବିଶୃଙ୍ଖଳା ହୋଇନି। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।