Odisha Link
Bridging the Missing Links in Odisha

ଏକ୍ସପ୍ରେସ ଟ୍ରେନ୍‌ରେ ଏଟିଏମ୍

ଓଏଲ୍‌ ବ୍ୟୁରୋ: ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତରେ ଏକ୍ସପ୍ରେସ ଟ୍ରେନ୍‌ରେ ପ୍ରଥମ କରି ATM ବ୍ୟବସ୍ଥା ଆରମ୍ଭ ହୋଇଛି। ପଞ୍ଚଭତୀ ଏକ୍ସପ୍ରେସ୍‌ରେ ପରୀକ୍ଷାମୂଳକ ଭାବେ ATM ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏକ ଶୀତତାପ ନିୟନ୍ତ୍ରିତ ବଗିରେ ଏଟିଏମ୍ ଲାଗିଲା। ନାସିକରୁ ମୁମ୍ବାଇ ମଧ୍ୟରେ ଚଳାଚଳ କରେ ପଞ୍ଚଭତୀ ଏକ୍ସପ୍ରେସ୍‌। ତେବେ ଏହି ଏକ୍ସପ୍ରେସ ଟ୍ରେନ୍‌ରେ ପ୍ରଥମ କରି ATM ବ୍ୟବସ୍ଥା ଆରମ୍ଭ ହୋଇଛି।