Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ବିଜୁ ବାବୁଙ୍କ ସ୍ୱପ୍ନ ସମ୍ପର୍କରେ ବଡ଼ କଥା କହିଲେ ବିଜେଡି ସୁପ୍ରିମୋ..

ଓଏଲ୍‌ ବ୍ୟୁୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ। ବିଜୁବାବୁଙ୍କ ତିରୋଧାନ ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଜଣେ ଓଡ଼ିଆ ଭାବରେ ସବୁବେଳେ ସେ ଗର୍ବ କରୁଥିଲେ। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ତାଙ୍କ ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ବପ୍ନ ସାକାର ପାଇଁ ଅନେକ ପଦକ୍ଷେପ ନେଇଛୁ। ୨୦୦୦ରୁ ୨୦୨୪ ମଧ୍ୟରେ ଅନେକ ଭଲ କାମ ହୋଇଛି। ବିଜୁ ବାବୁଙ୍କୁ ହଟାଇ ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି। ସେଭଳି କେବେ ହେବନି, ସମୟ ନଷ୍ଟ ନକରି ବିକାଶ କଥା ଚିନ୍ତା କଲେ ମଙ୍ଗଳ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।