Odisha Link
Bridging the Missing Links in Odisha

‘ବିଜୁବାବୁ ଓଡ଼ିଶାର ବରପୁତ୍ର, ଆମର ଯଥେଷ୍ଟ ସମ୍ମାନ ଅଛି’

ଓଏଲ୍‌ ବ୍ୟୁୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ। ବିଜୁବାବୁଙ୍କ ତିରୋଧାନ ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଜଣେ ଓଡ଼ିଆ ଭାବରେ ସବୁବେଳେ ସେ ଗର୍ବ କରୁଥିଲେ। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ତାଙ୍କ ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ବପ୍ନ ସାକାର ପାଇଁ ଅନେକ ପଦକ୍ଷେପ ନେଇଛୁ। ୨୦୦୦ରୁ ୨୦୨୪ ମଧ୍ୟରେ ଅନେକ ଭଲ କାମ ହୋଇଛି। ବିଜୁ ବାବୁଙ୍କୁ ହଟାଇ ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି। ସେଭଳି କେବେ ହେବନି, ସମୟ ନଷ୍ଟ ନକରି ବିକାଶ କଥା ଚିନ୍ତା କଲେ ମଙ୍ଗଳ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ନବୀନଙ୍କୁ କାଉଣ୍ଟର କରି ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜୁ ବାବୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ଓଡ଼ିଶାର ବରପୁତ୍ର ଥିଲେ। ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଆମ ହାଡ ମାଂସରେ ପୂଜ୍ୟପୂଜା ଅଛି, ବିଜୁଙ୍କ ପ୍ରତି ସମ୍ମାନ ଅଛି, ରହିବ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ଉଚିତ ନୁହେଁ। ନବୀନ ନିଜେ କହୁଛନ୍ତି ନା ତାଙ୍କୁ କୁହାଉଛନ୍ତି, ମୁଁ ଜାଣିନି ବୋଲି ମନମୋହନ ସାମଲ କହିଛନ୍ତି।