Odisha Link
Bridging the Missing Links in Odisha

ରାସନ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ: ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ବିଜେଡି ବିଧାୟକ

ଓଏଲ୍‌ ବ୍ୟୁରୋ: ଆଜିଠୁ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରାସନ କାର୍ଡ। ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟ କ୍ରମେ ୫ଲକ୍ଷ ୯୦ ହଜାରଙ୍କୁ ମିଳିବ କାର୍ଡ। ରାସନ କାର୍ଡ ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ଡିଜେ ଲଗାଇ ୫୦ ଲକ୍ଷ ଭୂତ ରାସନ କାର୍ଡଧାରୀ ଅଛନ୍ତି କହିଲେ। ଏବେ ୫ ଲକ୍ଷ ହିତାଧିକାରୀଙ୍କୁ ରାସନକାର୍ଡ ବାଣ୍ଟିବେ କହୁଛନ୍ତି। ବାହାରେ ଥିବା ଲୋକ ଇ-କେୱାଇସି କରିନାହାନ୍ତି। ଏମାନେ ପୁରା ମିଛୁଆ ଆଉ ଏମାନଙ୍କ କଥା ସବୁ ମିଛ ବୋଲି ବିଜେଡି ବିଧାୟକ କଟାକ୍ଷ କରିଛନ୍ତି।