Odisha Link
Bridging the Missing Links in Odisha

ପହଲଗାମ୍‌ ହମ୍‌ଲାର ଆକ୍ରୋଶ: ଭାରତରେ ପାକିସ୍ତାନ ଫିଲ୍ମ ରିଲିଜ୍ ମନା

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଥିବାବେଳେ ଜମ୍ମୁ-କାଶ୍ମୀରରେ ସେନା-ଆତଙ୍କୀ ଗୁଳି ବିନିମୟ ଜାରି ରହିଛି। ଏସବୁ ଭିତରେ ଭାରତ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଭାରତର ଡିଜିଟାଲ ଷ୍ଟ୍ରାଇକ ଆରମ୍ଭ ହୋଇଛି। ପାକିସ୍ତାନ ସୋସିଆଲ ମିଡ଼ିଆ ଭାରତରେ ବ୍ୟାନ କରାଯାଇଛି। ଆଇଟି ମନ୍ତ୍ରଣାଳୟ ଅନୁରୋଧ କ୍ରମେ X ଏହି ନିଷ୍ପତି ନେଇଛି।

ସେହିଭଳି ଭାରତରେ ପାକିସ୍ତାନ ଫିଲ୍ମ ରିଲିଜ୍ ଉପରେ କଟକଣା ଲାଗିଛି। ପାକିସ୍ତାନୀ ଅଭିନେତା ଫୱାଦ୍ ଖାନ୍‌ ଅଭିନୀତ ଫିଲ୍ମ ରିଲିଜ୍ ହେବନି ନାହିଁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟରୁ ଜଣା ପଡିଛି। ପାକ୍ କଳାକାର ଅଭିନୀତ ଫିଲ୍ମ `ଅବୀର ଗୁଲାଲ୍’ ଭାରତରେ ରିଲିଜ୍ ହେବନି। ଏହା ସହ ୟୁଟ୍ୟୁବରୁ ପାକିସ୍ତାନୀ ଅଭିନେତା ଫୱାଦ୍ ଖାନ୍‌ଙ୍କ ଗୀତ ମଧ୍ୟ ଡିଲିଟ କରାଯାଇଛି।