Odisha Link
Bridging the Missing Links in Odisha

ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ। ଚଳିତବର୍ଷପାସ୍ ହାର ୮୮.୩୯ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ୯୧.୬୪ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୮୫.୭୦ ପ୍ରତିଶତ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭୁବନେଶ୍ୱରରେ ୮୩.୬୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।