ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷା ଫଳ, ପାସ୍ ହାର ୯୩.୬୬ ପ୍ରତିଶତ

ଓଏଲ୍ ବ୍ୟୁରୋ: ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପରେ ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷା ଫଳ। ୱେବସାଇଟରେ ଉପଲବ୍ଧ ହେଲା ରେଜଲ୍ଟ। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍ ଇନ୍ କରିପାରିବେ। ଦେଶରେ ସିବିଏସ୍ଇ ଦ୍ୱାଦଶ ପାସ୍ ହାର ୯୩.୬୬ ପ୍ରତିଶତ ରହିଛି।
ଅନ୍ୟପଟେ, ଚଳିତବର୍ଷ ଯୁକ୍ତ ଦୁଇ ସିବିଏସ୍ଇ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ୯୧.୬୪ ପ୍ରତିଶତ ଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୮୫.୭୦ ପ୍ରତିଶତ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଓଡ଼ିଶାରେ ପାସ୍ ହାର ୭୮.୭୪ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜିଅନରେ ୮୩.୬୪ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫୧ ହଜାରରୁ ଅଧିକ ଛାତ୍ର ଭୁବନେଶ୍ୱର ରିଜିଅନର ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ପାସ୍ କରିଛନ୍ତି।