Odisha Link
Bridging the Missing Links in Odisha

ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୈଠକ: ନୌସେନା ମୁଖ୍ୟ ଏବଂ ସ୍ଥଳ ସେନା ମୁଖ୍ୟ ସାମିଲ

ଓଏଲ୍‌ ବ୍ୟୁରୋ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ବୈଠକରେ ପ୍ରତିରକ୍ଷା ସଚିବ, CDS, ନୌସେନା ମୁଖ୍ୟ ଏବଂ ସ୍ଥଳ ସେନା ମୁଖ୍ୟ ବୈଠକରେ ଉପସ୍ଥିତ ଥିଲେ। ଦେଶରେ ସାମ୍ପ୍ରତିକ ସ୍ଥିତିକୁ ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ଅନ୍ୟପଟେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନଙ୍କୁ ଭେଟିଛନ୍ତି। ଇଣ୍ଡିଆନ୍ ଏୟାରଫୋର୍ସର ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଲେ। ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।