ରାଜ୍ୟରେ ଅସହ୍ୟ ତାତି, ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଓଏଲ୍ ବ୍ୟୁରୋ: କଲବଲ କରୁଛି ତାତି। ଘରେ ରହି ହଉନି କି ବାହାରକୁ ବାହାରି ହେଉନି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟରେ ଗୁଳୁଗୁଳିରେ ୨୮୨ ଅସୁସ୍ଥ ହୋଇଥିବା ସୂଚନା ରହିଛି।ଝାରସୁଗୁଡ଼ାରେ ୭୨, ମୟୁରଭଞ୍ଜରେ ୪୨, ସମ୍ବଲପୁରରେ ସର୍ବାଧିକ ୮୩ ଜଣ, ଦେଓଗଡ଼ରେ ୧୫, ବାଲେଶ୍ବରରେ ୨୪, ସୋନପୁରରେ ୧୭ ଜଣ ଅସୁସ୍ଥ ଥିବା ସୂଚନା ରହିଛି।
ଅସହ୍ୟ ତାତିକୁ ନଜରରେ ରଖି ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନ ରହିବାକୁ ପରାମର୍ଶ ଦିଆଯାଇଛି। ଦିନ ୧୦ଟା ପରେ ଖରାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ORS କିମ୍ବା ତୋରାଣି ଭଳି ପାନୀୟ ନିୟମିତ ପିଇବା ଦରକାର। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।