ପୋଲାଭରମ୍ ପ୍ରକଳ୍ପ: ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଓଏଲ୍ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ଗୋଟିଏ ପରେ ଗୋଟିଏ ପାଦ ମାଡ଼ି ଚାଲିଛି ଆନ୍ଧ୍ରପ୍ରଦେଶ। ଓଡ଼ିଶାର କ୍ଷତିକୁ ଖାତିର ନ କରି ଏବେ ଆଉ ଏକ ନୂଆ ପୋଲାଭରମ ବନକଚାରଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ଏକ ନୂଆ କର୍ପୋରେସନ ଗଠନ କରିଛନ୍ତି। ଜଳହାରଥୀ କର୍ପୋରେସନ ନାଁରେ ଗଠିତ ହୋଇଛି ଏହି କର୍ପୋରେସନ। ଯାହାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛି ସିପିଆଇ। ପୂର୍ବରୁ ୧୬ ହଜାର କୋଟି ନେଇଛନ୍ତି। ସରକାର ଭାଙ୍ଗିବା ଭୟରେ କେନ୍ଦ୍ର ବିଜେପି ସରକାର ମଧ୍ୟ ସହାୟତା ଦେଇ ଚାଲିଛି। ଆନ୍ଧ୍ର ଯାହା କହୁଛି କେନ୍ଦ୍ରର ବିଜେପି ମାନିଚାଲିଛି। ଏସବୁ ଭିତରେ ପୋଲାଭରମ୍ ପ୍ରକଳ୍ପ ନେଇ ସନ୍ଧ୍ୟାରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସମସ୍ୟା ଉପରେ ଆଲୋଚନା ହେବ।