Odisha Link
Bridging the Missing Links in Odisha

ରାଜ୍ୟରେ ବ୍ୟାପୁଛି ଝାଡ଼ାବାନ୍ତି, କେନ୍ଦ୍ରୀୟ ଟିମ୍‌ ଓ ସ୍ୱାସ୍ଥ୍ୟ ବିଭାଗର ବୈଠକ

ଓଏଲ୍‌ ବ୍ୟୁରୋ: ପ୍ରଥମେ ଯାଜପୁର ପରେ ପରେ ବିଭିନ୍ନ ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଡାଇରିଆ ଓ ଝାଡ଼ାବାନ୍ତି ପ୍ରସଙ୍ଗ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଟିମ୍‌ ଓ ସ୍ୱାସ୍ଥ୍ୟ ବିଭାଗ ଯାଜପୁରର ସ୍ଥିତି ପରିଦର୍ଶନ ପରେ ବୈଠକ କରିଛନ୍ତି। କେନ୍ଦ୍ରୀୟ ଟିମ୍‌ ସହ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି। ୫ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିବା ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛନ୍ତି ସରକାର।

ଅନ୍ୟପଟେ, ରାଜ୍ୟରେ ଡାଇରିଆ ଓ ଝାଡ଼ାବାନ୍ତି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବାବେଳେ ମୁଖ୍ୟ ସଚିବଙ୍କ ଆଗରେ ତଥ୍ୟ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି। ରାଜ୍ୟରେ ବଢୁଥିବା ଝାଡ଼ାବାନ୍ତି ନେଇ ଆଲୋଚନା କରାଯାଇଛି।