‘ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ’

ଓଏଲ୍ ବ୍ୟୁରୋ: ଚଳିତ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଲାଗି ହେବ ଅମୃତ ଅନ୍ନ (ଜୈବିକ ଚାଉଳ)। ଏନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ବୈଠକରେ ଏହି ନିଷ୍ପତ୍ତି ହୋଇଅଛି।
ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧି ମାନେ ବୈଠକରେ ଉପସ୍ଥିତ ଥିଲେ। ସେହିପରି ସୁଆର ମହାସୁଆରଙ୍କ ପକ୍ଷରୁ ଭୋଗମଣ୍ଡପରେ ମଧ୍ୟ ଅମୃତ ଅନ୍ନ ବ୍ୟବହାର ନେଇ ଯୋଜନା ହୋଇଛି। ମହାପ୍ରଭୁଙ୍କ କୋଠଭୋଗରେ ଲାଗିବ ଜୈବିକ ଚାଉଳ। କୋରାପୁଟରୁ ପୁରୀ ଆସିଛି ୫ ପ୍ରକାର ଜୈବିକ ଚାଉଳ।
ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ୍ ଅଧିକ ରହିବନି। ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ବ୍ୟବହାର ହେବ।