ଭାଲୁ ଆକ୍ରମଣରେ ଜଣେ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମାରୁଢ଼ିପ ଗାଁରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ବୟସ୍କ ଅଚ୍ୟୁତ ମାଝୀ।
ସୂଚନା ଅନୁସାରେ ଆଜି ସକାଳୁ ଘର ବାହାରକୁ ଶୌଚ ହେବାକୁ ଯାଇଥିଲା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ ଅଚ୍ୟୁତ। ତୁରନ୍ତ ଘର ଲୋକ ପ୍ରଥମେ ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ଆବଶ୍ୟକ ହେଲେ ତାଙ୍କୁ ଅନୁଗୋଳ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।
Comments are closed.