Odisha Link
Bridging the Missing Links in Odisha

ସିଗାରେଟ୍ ବୋଝେଇ କଣ୍ଟେନରରୁ ସିଗାରେଟ୍ ଲୁଟ୍

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସିଗାରେଟ ବୋଝେଇ କଣ୍ଟେନରରୁ ସିଗାରେଟ୍ ଲୁଟିଲେ ଲୁଟେରା । ଲୁଟ୍ କରିବା ସମୟରେ ଲୁଟେରା କଣ୍ଟେନର ଡ୍ରାଇଭର କୁ ମାଡମାରି ଜଙ୍ଗଲରେ ହାତଗୋଡ ବାନ୍ଧି ପକାଇଦେଇଥିଲେ। ଡ୍ରାଇଭରକୁ ମାଡ଼ ମାରି ଫିଙ୍ଗିବା ପରେ କଣ୍ଟେନର୍ ନେଇ ଛୁ ମାରିଛନ୍ତି ଲୁଟେରା। ୪/୫ ଜଣ ଲୁଟେରା ଏହି ସିଗାରେଟ ବୋଝେଇ କଣ୍ଟେନର୍ ଲୁଟକରିଥିଲେ। ପରେ କଣ୍ଟେନରରୁ ସମସ୍ତ ସିଗାରେଟ ଲୁଟିନେବା ପରେ କଣ୍ଟେନର୍ କୁ ରାସ୍ତା କଡରେ ଛାଡ଼ି ପଳାଇଦେଇଥିଲେ। କଣ୍ଟେନରଟି ବିଏସଟି କମ୍ପାନୀ ର ଚାର୍ମସ୍ ସିଗାରେଟ ଯାହାକି ହାଇଦ୍ରାବାଦ ରୁ କଲିକତା ଯାଉଥିଲା। ଚୋରୀ ହୋଇଥିବା ସିଗାରେଟର ମୂଲ୍ୟ ପ୍ରାୟ ୧ କୋଟି ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି କଣ୍ଟେନର ଜବତ କରିବା ସହ ତଦନ୍ତ ଜାରି ରଖିଛି।