ବୃଦ୍ଧଙ୍କ ମୁଣ୍ଡ କାଟି ନେଲେ ଦୁର୍ବୃତ୍ତ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ମେରାମା ସୌରାସାହି ଗାଁ ନିକଟରେ ଜଣେ ବୃଦ୍ଧଙ୍କୁ ହତ୍ୟା ପରେ ମୁଣ୍ଡ କାଟି ନେଇ ଯାଇଛନ୍ତି ଦୁର୍ବୁତ୍ତ। ମୃତକ ହେଲେ ସେହି ଗାଁର ଦାସୁ ମଲ୍ଲିକ। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଦାସୁ ନିଜ ପୁଅମାନଙ୍କ ସହ ମକା ବାଡ଼ରେ କାମ କରୁଥିଲେ। କିଛି ଦୁବୃର୍ତ୍ତ ତାଙ୍କୁ ଖୋଜିବା ସହ ପୁଅକୁ ବି ପଚାରିଥିଲେ। ଏହା ପରେ ଦାସୁ ନିକଟସ୍ଥ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ। ତେବେ ପୁଅ ମାନେ ବାପାଙ୍କୁ ଖୋଜିବା ପରେ ବାପାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବାର ଦେଖିଥିଲେ ପୁଅ।
ପୂର୍ବ ଶତ୍ରୁତାକୁ ନେଇ ବେଣିପଦରର କିଛି ଲୋକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଦୁର୍ବୁତ୍ତ କୁ ଧରିବା ପାଇଁ ପୋଲିସ ତନାଘନା ସହ କଟା ମୁଣ୍ଡ ଖୋଜୁଛି ପୋଲିସ।