ବିଧାନସଭାର ତୃତୀୟ ଦିନ, ଆଜି ବି ଗୃହରେ ଉଠିପାରେ ସ୍ମିତାରାଣୀ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ପିଇଓ ସ୍ମୀତାରୀଣୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବି ଗୃହ ସରଗରମ ରହିପାରେ। ଘଟଣାର ସିବିଆଇ ତଦନ୍ତ ଦାବିରେ ବିରୋଧୀ ଅଟଳ ରହିବାରୁ ଗୃହ ଚାଲିପାରିନଥିଲା।
ଗତକାଲି କଂଗ୍ରେସ ସ୍ମିତାରାଣୀଙ୍କ ପ୍ରସଙ୍ଗରେ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନା ବେଳେ ସେମିତି ପ୍ଲାକାର୍ଡ ଧରି ସିବିଆଇ ତଦନ୍ତ ଦାବିରେ ନାରାବାଜି ଜାରି ରଖିଥିଲେ ବିଜେପି ବିଧାୟକ। ଏହାରି ଭିତରେ ଗୃହରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖି କହିଥିଲେ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କଂଗ୍ରେସ ସଦସ୍ୟ କକ୍ଷତ୍ୟାଗ କରିଥିଲେ। ଆଉ ମୁଲତବୀ ପ୍ରସ୍ତାବକୁ ନାକଚ କରିଥିଲେ ବାଚସ୍ପତି । ତେଣୁ ଆଜି ବି ବିଧାନସଭାରେ ସ୍ମୀତାରାଣୀ ଝଡ ଦେଖିବାକୁ ମିଳିପାରେ।
Comments are closed.