Odisha Link
Bridging the Missing Links in Odisha

ହାଇଦ୍ରାବାଦ ଦୁଷ୍କର୍ମ-ହତ୍ୟା ଘଟଣାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ…..

ମୁମ୍ବାଇ : ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ହାଇଦ୍ରବାଦ୍‌ରେ ଘଟିଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତା ତୀବ୍ର ନିନ୍ଦା କରିଛନ୍ତି। ବଲିଉଡ୍‌ ଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଖୁବ୍‌ କ୍ରୋଧ ପ୍ରକାଶ କରି କହିଛନ୍ତି ‘ଏଭଳି ଲୋକ ମଣିଷ ବେଶରେ ଶୈତାନ।’

ସଲ୍‌ମାନ ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି “ ଏମିତି ଲୋକ ମଣିଷ ଭେଷରେ ଶୈତାନ। ନିର୍ଭୟା ଓ ପ୍ରିୟଙ୍କା ରେଡ୍ଡୀଙ୍କ ଭଳି ଯେଉଁ ନିରିହ ମହିଳାମାନେ ଏଭଳି ହିଂସାର ଶିକାର ହେଉଛନ୍ତି, ସେମାନଙ୍କ ପାଇଁ ଆମକୁ ଏକ୍‌ଜୁଟ୍‌ ହେବାକୁ ପଡ଼ିବ। ଯାହାଦ୍ୱାରା ଏଭଳି ଶୈତାନଙ୍କୁ ରୋକି ହେବ। ତେବେ ଏଭଳି ଘଟଣା ଅନ୍ୟ କୌଣସି ମହିଳାଙ୍କ ସହିତ ଘଟିବା ପୂର୍ବରୁ ଆମେ ସମସ୍ତେ ମିଶି ଏହି କୁକର୍ମ ବିରୋଧରେ ସ୍ୱର ଉଠାଇବା ନିହାତି ଆବଶ୍ୟକ। ଭଗବାନ ପ୍ରିୟଙ୍କାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଏହାପରେ ସଲ୍‌ମାନ୍ ଆଉ ଗୋଟେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଏଥିରେ ସେ ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରି ଲେଖିଛନ୍ତି ‘ବେଟି ବଚାଓ କେବଳ ଗୋଟିଏ ଅଭିଯାନ ହେଇ ନ ରହୁ’। ସଲ୍‌ମାନ୍‌ ଙ୍କ ସହ ବଲିଉଡ୍‌ର ଅଭିନେତା ଅଭିନେତ୍ରୀ ଋଷି କପୁର ,ବିବେକ ଓବ୍‌ରୟ,ଅକ୍ଷୟ କୁମାର, ଫରହାନ ଅଖତର୍‌ ,ୟାମୀ ଗୌତମ୍,ସ୍ୱାରା ଭାସ୍କର, ଶବନା ଆଜ୍‌ମୀଙ୍କ ସମେତ ବହୁ ନାମୀ ଦାମୀ ଷ୍ଟାର୍‌ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ଅକ୍ଷୟ କୁମାର ମଧ୍ୟ ନିଜ ରାଗକୁ ଟ୍ୱିଟ କରି ପର୍କାଶ କରିଛନ୍ତି । ସେ କହିଛନ୍ତି ହାଇଦ୍ରାବାଦ ମାମଲା ହେଉକି ରାଞ୍ଚି ଦୁର୍ଷ୍କମ ହତ୍ୟା ମାମଲା, ସମାଜ ଏହାକୁ ରୋକିବାକୁ ବିଫଳ ହୋଇଛି । ଏଭଳି ଅପରାଧ ବିରୋଧରେ କଡ଼ା ଆଇନ ଆଣିବା ଜରୁରୀ । ସେହିଭଳି ଅଭିନେତ୍ରୀ ୟାମି ଗୌତମ ଲେଖିଛନ୍ତି ହାଇଦ୍ରାବାଦ ମାମଲାକୁ ନେଇ ସବୁଠି ରାଗ, ଆକ୍ରୋଶ ଓ ଦୁଃଖ ପ୍ରକାଶ ପାଉଛି । ଦେଶବାସୀ ଏତେ ଜାଗ୍ରତ ହୋଇ ମଧ୍ୟ ଏଭଳି ଘଟଣା କଣ ପାଇଁ ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଭଳି କାଣ୍ଡ କରୁଥିବା ଅପରାଧୀଙ୍କୁ କଣ ପ୍ରକୃ୍ତରେ ଦେଶର ଆଇନ, ନିୟମ,ଦଣ୍ଡବିଧାନକୁ ଭୟ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ୟାମୀ ଗୌତମ । ଅଭିନେତା ତଥା ସିଙ୍ଗର ଫରହାନ ଅଖତର ମଧ୍ୟ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅଭିନେତା ଋଷି କପୁର ଟ୍ୱିଟ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି । ସେ ହତ୍ୟା ମାମଲାର ଦୋଷୀଙ୍କୁ ଫାଶିଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।ଏଥିସହ ସେ କହିଛନ୍ତି ମଣିଷ ବଂଚିଛି ସତ କିନ୍ତୁ ମାନବିକତା ମରୁଛି । ଏଭଳି ଅପରାଧକୁ ରୋକିବାକୁ ହେବ । ହାଇଦ୍ରାବାଦ ଘଟଣା ତାଙ୍କୁ ବେଶ ମର୍ମାହତ କରିଥିବା କହିଛନ୍ତି ଋଷି ।