କମେଣ୍ଟ ମରାକୁ କେନ୍ଦ୍ରକରି ତୀରମାଡ

ଢେଙ୍କାନାଳ: ଢ଼େଙ୍କାନାଳ ତୁମୁସିଂହା ଥାନା ଆମ୍ବଖୋଲ କାଟେଣୀ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ବିମଳ ଦେହୁରୀଙ୍କୁ ପ୍ରଥମେ ଅଅଁଳାବେରେଣୀ ଡାକ୍ତରଖାନା ଓ ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ସେଠାରେ ଅପରେସନ ପରେ ତାଙ୍କ ଗୋଡ଼ରୁ ତୀର ବାହାରକରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସନ୍ତାଳ ସାହିର ଜଣେ ଯୁବତୀଙ୍କୁ ବିମଳ କମେଣ୍ଟ ମାରିବା ନେଇ ସାହିର କିଛି ଯୁବକ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଗତକାଲି ରାତିରେ ପୁଣି ସେହି ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଯାହାକୁ କେନ୍ଦ୍ର କରି ତୀର ମାଡ଼ କରାଯାଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁମୁସିଂହା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।