ଉନ୍ନାଓ ଘଟଣା ପ୍ରତିବାଦରେ ନିଜ ଝିଅକୁ ଜାଳିବାକୁ ଉଦ୍ୟମ କଲେ ମା

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିକ୍ଷୋଭ ପ୍ରଦର୍ଶନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହେବେ ସହ ଘଟଣାକୁ ବିରୋଧ କରୁଛନ୍ତି। ତେବେ ଏହି ସମୟରେ ସେଠାରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିକ୍ଷୋଭ କରୁଥିବା ଜଣେ ମହିଳା ନିଜ ୬ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି। ଝିଅ ଦେହରେ ନିଆଁ ଲଗାଇବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଝିଅଟିକୁ ଉଦ୍ଧାର କରିଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ଭାଗ୍ୟକୁ ଦେଖି ମହିଳା ଜଣକ ଅତ୍ୟନ୍ତ ହତୋତ୍ସାହିତ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ପୁଲିସ ଝିଅଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖିଛି।