ପ୍ରତିଶୋଧ ନ୍ୟାୟ ନୁହେଁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସାଂପ୍ରତିକ ସ୍ଥିତ ଓ ନ୍ୟାୟିକ ବ୍ୟବସ୍ଥାକୁ ନେଇ ପ୍ରଧାନ ବିଚାରପତି ପ୍ରତିକ୍ରିୟା ରଖିଛନ୍ତି। ଯୋଧପୁରରେ ସୁପ୍ରିମକୋର୍ଟ ପ୍ରଧା ନବିଚାରପତି ଜଷ୍ଟିସ୍ ବୋବଡେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ଭାବୁନି କାହାକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସମ୍ଭବ। ନ୍ୟାୟ ପାଇବା ପାଇଁ ପ୍ରତିଶୋଧ ପରାୟଣ ହେବା ଅନୁଚିତ୍। ଯଦି ପ୍ରତିଶୋଧ ପରାୟଣ ହେଲେ ତା ହେଲେ ସଠିକ୍ ନ୍ୟାୟ ମିଳି ପାରିବ ନାହିଁ। ‘ ଫୌଜଦାରୀ ମାମଲାର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି’। ତେଲେଙ୍ଗାନା ଏନ୍କାଉଣ୍ଟର ପରେ ପ୍ରଧାନବିଚାରପତିଙ୍କ ମନ୍ତବ୍ୟକୁ ନେଇ ବସୁଆଡେ ଚର୍ଚ୍ଚା ଲାଗିରହିଛି।
ସୂଚନାଯୋଗ୍ୟ ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଏନକାଉଣ୍ଟ କରିଥିବା ଘଟଣା ରେ ଏହ କହିଛନ୍ତି ପ୍ରଧାନ ବିଚାରପତି।