Odisha Link
Bridging the Missing Links in Odisha

ରକ୍ଷକ ନାୟକଙ୍କ କବିତା ପୁସ୍ତକ ‘ଅମିତ୍ର ଅନ୍ଧାର’ ଉନ୍ମୋଚିତ

ଭୁବନେଶ୍ବର: ପ୍ରସିଦ୍ଧ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ ‘ଅମିତ୍ର ଅନ୍ଧାର’ ଉନ୍ମୋଚିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲ ଏହି କବିତା ସଂକଳନକୁ ଉନ୍ମୋଚନ କରିଥିଲେ। ଏ ଅବସରରେ ଲେଖକ ଶ୍ରୀ ନାୟକ ଓ ପ୍ରକାଶକ ସୁଧୀର ମଉଡ଼ମଣୀ ମଧ୍ୟ ଉପସ୍ଥିତ ଥିଲେ।

‘ଅମିତ୍ର ଅକ୍ଷର’ ଶ୍ରୀ ନାୟକଙ୍କର ନବମ କବିତା ସଂକଳନ। ପୂର୍ବରୁ ପ୍ରକାଶିତ ତାଙ୍କ ପୁସ୍ତକଗୁଡ଼ିକ ହେଲା- ଉର୍ଦ୍ଧ୍ବ ଉଡ଼ାଣ (୨୦୦୦), ବ୍ରହ୍ମଶୀଳା (୨୦୦୩), ବୀଜବିକ୍ଷେପ (୨୦୦୭), ଅସରନ୍ତି ଅନ୍ତାକ୍ଷରୀ (୨୦୧୧), ଆଉ ସବୁ ସାକ୍ଷାତରେ (୨୦୧୪), ଅନ୍ବେଷା ଅହର୍ନିଶ (୨୦୧୫), ଅର୍ଗଳ ଅନର୍ଗଳ (୨୦୧୭) ଓ ଶେଷହୀନ ସନ୍ତରଣ (୨୦୧୯)। ‘ଉର୍ଦ୍ଧ୍ବ ଉଡ଼ାଣ’ ପାଣ୍ଡୁଲିପି ପାଇଁ ୧୯୯୭ରେ ରାଜ୍ୟ ଯୁବ ପୁରସ୍କାର ପାଇଥିବା ଶ୍ରୀ ନାୟକ ୨୦୧୩ ମସିହାରେ ‘ଆଉ ସବୁ ସାକ୍ଷାତରେ’ କବିତା ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି।