ଅଟଳ ଭୂଜଳ ଯୋଜନା ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଦିବସ। ତାଙ୍କ ଜନ୍ମଦିନ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ ଜଳସ୍ତର ବୃଦ୍ଧି କରିବା। ଏହି ଯୋଜନା ଦ୍ବାରା ୬ଟି ରାଜ୍ୟର ୮୩୫୦ ଗାଁ ଉପକୃତ ହେବେ। ୟୁପି, ଏମ୍ପି, ଗୁଜୁରାଟ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଆଦି ରାଜ୍ୟ ଉପକୃତ ହେବେ। ଏହି ଯୋଜନାରେ ୫ ବର୍ଷରେ ମଧ୍ୟରେ ୬ କୋଟି ଟଙ୍କା ବ୍ୟୟ କରାଯିବ।
प्रधानमंत्री नरेंद्र मोदी: एक तरफ जल जीवन मिशन है, जो हर घर तक पाइप से जल पहुंचाने का काम करेगा और दूसरी तरफ अटल जल योजना है, जो उन क्षेत्रों पर विशेष ध्यान देगी जहां ग्राउंड वॉटर बहुत नीचे है। pic.twitter.com/Oriau88Eig
— ANI_HindiNews (@AHindinews) December 25, 2019