Odisha Link
Bridging the Missing Links in Odisha

ବଣଭୋଜିରେ ହାତୀର ଉତ୍ପାତ ଜାଣନ୍ତୁ ପୂରା ଘଟଣା

ବାରିପଦା : ଡ଼ିସେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ବଣ ଭୋଜି ଲାଗି ରହିଥାଏ । ଲୋକ ମାନେ ନିଜ ସହରଠାରୁ ଦୂରେ ଯାଇ ସମସ୍ତେ ବଣଭୋଜି କରିଥାନ୍ତି । ସବୁ ବର୍ଷପରି ଏ ବର୍ଷ ମଧ୍ୟ କିଛି ଲୋକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ ଭୋଜି କରିବାକୁ ଯାଇଥିଲେ ।

ସାଙ୍ଗ ମାନଙ୍କ ସହ ମଉଜମସ୍ତି କରିବା ସହ ଡ଼ିଜେର ଧୂମ୍‌ । ହେଲେ ଏହି ଡିଜେ ଶବ୍ଦ ଶୁଣି ଜଙ୍ଗଲରୁ ବଣଭୋଜି ସ୍ଥଳକୁ ହଠାତ୍ ହାତୀଟିଏ ପଶି ଆସିଲା । ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରିଦେଇଥିଲା। ହାତୀଟିର ନାମ ବବୁଲ। ହାତୀଟି ଡ଼ିଜେର ଶବ୍ଦ ଓ ବହୁପରିମାଣର ଲୋକଙ୍କୁ ଦେଖି ରାଗି ଯାଇଥିଲା ।

ସୂଚନା ଅନୁସାରେ ଗତ ଶନିବାର ସିତାକୁଣ୍ଡା ଜଳପ୍ରପାତ ନିକଟରେ କିଛି ଲୋକ ବଣଭୋଜି କରୁଥିଲେ। ଏହାସହ ଡିଜେ ବଜାଇ ମଜାମସ୍ତି କରୁଥିଲେ। ଏହି ସମୟରେ ନିକଟରେ ଥିବା ଏକ କାର୍ଯ୍ୟାଳୟରେ ରହୁଥିବା ପୋଷା ହାତୀ ବବଲୁକୁ ମହନ୍ତ ଜଙ୍ଗଲକୁ ଚରାଇବାକୁ ନେଉଥିଲେ। କିନ୍ତୁ ହାତୀଟି ଡିଜେ ଶବ୍ଦ ଶୁଣି ଭୋଜି ସ୍ଥଳକୁ ପଶି ଆସିଥିଲା ।

ଏହାପରେ ଭୋଜି ପାଇଁ ଥିବା ପନିପରିବାକୁ ଖାଇ ଦେଇଥିଲା ଓ ବହୁତ ନଷ୍ଟ ମଧ୍ୟ କରିଦେଇଥିଲା। ପରେ ବବଲୁକୁ ମହନ୍ତ ଓ ବନବିଭାଗ କର୍ମଚାରୀ କାବୁ କରିଥିଲେ ।

Comments are closed.