ଟିମ୍ ଇଣ୍ଡିଆକୁ ଝଟକା, ବିଜୟ ଶଙ୍କର ଆହାତ

ଲଣ୍ଡନ:ଚଳିତ କ୍ରିକେଟ ବିଶ୍ବକପ୍ ୨ଟି କାରଣ ପାଇଁ ଚର୍ଚ୍ଚାରେ। ଗୋଟାଏ ବର୍ଷା ଏବଂ ଅନ୍ୟଟି ଖେଳାଳୀ ଆହାତ ହେବା। ଟିମ୍ ଇଣ୍ଡିଆକୁ ପୁଣିଥରେ ଏକ ଝଟକା। କାରଣ ଟିମ୍ ଇଣ୍ଡିଆ ପିଛା ଛାଡ଼ୁନି ଆହତ ସମସ୍ୟା। ବୁଧବାର ଅଭ୍ୟାସ କରୁଥିବା ସମୟରେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ଲାଗିଛି। ଯଦିଓ ଏହା ଏତେ ଗଭୀର ନୁହେଁ, ମାତ୍ର ୨୮ ବର୍ଷୀୟ ବିଜୟ ଶଙ୍କରଙ୍କ ଏହି ଆଘାତ ପାଇଁ ଟିମ୍ ଇଣ୍ଡିଆରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୁଧବାର ଅଭ୍ୟାସ କରୁଥିବା ସମୟରେ ବୁମରାହଙ୍କ ୟର୍କର ତାଙ୍କ ଗୋଡ ଆଙ୍ଗୁଠିରେ ବାଜିଥିଲା। ଯାହାଫଳରେ କିଛି ସମୟ ପାଇଁ ଆଙ୍ଗୁଠିରେ ଯନ୍ତ୍ରଣା ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଏବେ ସେ ଠିକ୍ ଅଛନ୍ତି । ମାତ୍ର ଆଗକୁ କ’ଣ ହେବ, ତାହା ସ୍ପଷ୍ଟ କହିହେବ ନାହିଁ ବୋଲି ଜଣାପଡିଛି।