୮ମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଭାରତର ଷ୍ଟାଚ୍ୟୁ ଅଫ ୟୁନିଟି

ନୂଆଦିଲ୍ଲୀ : ଅଷ୍ଟମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଗୁଜୁରାଟରେ ଥିବା ବିଶ୍ୱର ଉଚ୍ଚତ୍ତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’। ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଅଷ୍ଟାଶ୍ଚର୍ଯ୍ୟ ମଧ୍ୟରେ ସ୍ଥାନ ପାଇଛି ଭାରତର ଷ୍ଟାଚ୍ୟୁ ଅଫ ୟୁନିଟି। ଏ ସଂପର୍କରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଜୟଶଙ୍କର ଲେଖିଛନ୍ତି ଯେ ପର୍ଯ୍ୟଟନର ପ୍ରେତ୍ସାହନ ଦିଗରେ ଏସିଓର ଅବଦାନ ପ୍ରସଂଶନୀୟ ରହିଆସିଛି। ଏହି ସମ୍ମାନ ଆମ ପାଇଁ ଏକ ପ୍ରେତ୍ସାହନ ପରି କାମ କରିବ। ଏସସିଓର ମହାସଚିବ ଭ୍ଲାଦିମିର ନୋରୋଭଙ୍କ ସହିତ ଆଲୋଚନା ପରେ ସେ ଏହି ଘୋଷଣା କରିଥିଲେ।
Received Secretary General #ShanghaiCooperationOrganization Vladimir Norov. Reviewed the progress in our cooperation as India prepares to take up the responsibility of chairing the Council of #SCO Heads of Government. pic.twitter.com/UTwZwzMUSH
— Dr. S. Jaishankar (@DrSJaishankar) January 13, 2020
ଏସସିଓ ଦ୍ୱାରା ଘୋଷିତ ଅନ୍ୟ ଆଶ୍ଚର୍ଯ୍ୟଗୁଡ଼ିକ ହେଲେ ଚୀନର ଡାମିଂ ପ୍ୟାଲେସ, କିରଗୀଜସ୍ତାନର ଇସକ-କୁଲ ହ୍ରଦ, କାଜାଖସ୍ତାନର ତାମଗାଲି ସ୍ଥାପତ୍ୟ, ପାକିସ୍ତାନର ଲାହୋରରେ ଥିବା ମୋଗଲ ସ୍ଥାପତ୍ୟ,ଋଷିଆର ଗୋଲଡେନ ରିଂ ସିଟି, ତାଜିକିସ୍ତାନର ନୋରୁଜ ପ୍ୟାଲେସ, ଉଜବେକିସ୍ତାନର ପୋଇ କାଲୋନ କଂପ୍ଲେକ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଅକ୍ଟୋବର ୩୧ରେ ଏହି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଉଦଘାଟନ କରିଥିଲେ। ଉଦଘାଟନ ପରଠାରୁ ଏହାକୁ ଦେଖିବାକୁ ଗତ ନଭେମ୍ବର ୧୬, ୨୦୧୯ ସୁଦ୍ଧା ପ୍ରାୟ ୨୯ ଲକ୍ଷ ପର୍ଯ୍ୟଟକ ବୁଲି ଆସିଛନ୍ତି। ବିଶ୍ୱର ଏହି ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିର ଉଚ୍ଚତା ୧୮୨ ମିଟର।
Comments are closed.