Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆ: ୫୦୦୦ ଓଟ ମଲେଣି ୫ଦିନରେ

ସିଡନୀ: କିଛିଦିନ ତଳେ ୧୦୦୦୦ ଓଟଙ୍କୁ ମାରିବାକୁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଦେଇଥିଲେ। କାରଣ ଦକ୍ଷିଣ ଅଷ୍ଟ୍ରେଲିଆରେ ଜନଜାତିଙ୍କ ପ୍ରତି ବିପଦ ସାଜିଥିଲେ ଓଟ। ଆକାଶମାର୍ଗରୁ ଗୁଳି କରି ଏଭଳି ୫୦୦୦ ଓଟକୁ ମରାଯାଇସାରିଲାଣି ବୋଲି ମଙ୍ଗଳବାର ସୂଚନା ମିଳିଛି।

ସ୍ଥାନୀୟ ଆଦିବାସୀ ନେତାଙ୍କ କହିବା ଅନୁଯାୟୀ, ବାହାରୁ ଆସିଥିବା ଏହି ଓଟସବୁ ମରୁଡ଼ି ଓ ଅତ୍ୟଧିକ ଗରମ କାରଣରୁ ପ୍ରପୀଡ଼ିତ ଆଦିବାସୀଙ୍କ ଅଞ୍ଚଳକୁ ମାଡ଼ି ଆସିଛନ୍ତି। ଏମାନେ ଖାଦ୍ୟ ଓ ପିଇବା ପାଣି ଉପରେ ପ୍ରଭାବ ପକାଇବା ସହ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଥିବା ଅଭିଯୋଗ ହେଉଛି। ରାସ୍ତାରେ ମଧ୍ୟ ସମସ୍ୟା କରୁଥିବା ସେମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଷ୍ଟ୍ରେଲିଆର ‘ଆନାଙ୍ଗୁ ପିଟ୍‌ଜାଣ୍ଟଜାଟ୍‌ଜାରା ୟାକୁନିଜାଟ୍‌ଜାରା’ ବା ଏପିୱାଇ ଅଞ୍ଚଳରେ ୨,୩୦୦ ଆଦିମ ଜନଜାତି ରୁହନ୍ତି। ଏପିୱାଇ ଜେନେରାଲ ମ୍ୟାନେଜର ରିଚାର୍ଡ କିଙ୍ଗଙ୍କ କହିବା ଅନୁଯାୟୀ, ସେ ବନ୍ୟଜନ୍ତୁଙ୍କ ଅଧିକାର ବାବଦରେ ଜାଣନ୍ତି। କିନ୍ତୁ ଏହିବାହାର ଜନ୍ତୁଙ୍କ ପାଇଁ ଜୀବନ କେତେ ପ୍ରଭାବିତ ହୋଇଛି ତାହା ବାବଦରେ ସମସ୍ତେ ଭୁଲ ତଥ୍ୟ ଦେଉଛନ୍ତି। ସେ କହିଛନ୍ତି, ଏହି ଅଞ୍ଚଳର ସୁରକ୍ଷାଦାତା ହିସାବରେ ଆମକୁ ସ୍ଥାନୀୟ ଲୋକଙ୍କ ପାଇଁ ପାଣିର ସୁରକ୍ଷା ଦେବାକୁ ହେବ। ଯୁବବର୍ଗ, ବୟସ୍କ ଏବଂ ସର୍ବୋପରି ଏଠାକାର ଜୀବଜନ୍ତୁଙ୍କ କଥା ପ୍ରଥମେ ଚିନ୍ତା କରିବାକୁ ହେବ।

Comments are closed.