ଜଗତ ପ୍ରକାଶ ନଡ୍ଡା ବିଜେପି ଅଧ୍ୟକ୍ଷ, (ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: ଜଗତ ପ୍ରକାଶ ନଡ୍ଡା ହେଲେ ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ସଭାପତି। ନିଦ୍ୱର୍ନ୍ଦ୍ୱରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସେ ନିର୍ବାଚିତ ହୋଇଛନ୍ତି। ଜେପି ନଡ୍ଡାଙ୍କୁ ଓଡ଼ିଶାର ସମସ୍ତ ବିଜେପି ସାଂସଦ ସମର୍ଥନ ଜଣାଇଥିଲେ। ଏହାସହ ଜାତୀୟ ପରିଷଦର ସଦସ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ। ସେମାନେ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀଙ୍କୁ ଦେଇଥିଲେ। ସେ ବିଜେପିର ୧୪ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି।
ବିଜେପିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି। ଏହି ସମୟରେ ଅମିତ ଶାହଙ୍କ ସହ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
भाजपा के संगठनात्मक चुनाव के अंतर्गत पार्टी के राष्ट्रीय चुनाव अधिकारी श्री राधा मोहन सिंह ने श्री जे पी नड्डा को वर्ष 2019-22 के लिए निर्विरोध भाजपा राष्ट्रीय अध्यक्ष घोषित किया। pic.twitter.com/gJfX6QrBwA
— BJP (@BJP4India) January 20, 2020
୨୦୧୯ ସାଧାରଣ ନିର୍ବାଚନରେ ନଡ୍ଡା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିଲେ। ଏଠାରେ ବିଜେପିକୁ କଡ଼ା ଟକ୍କରର ସାମ୍ନା କରିବାକୁ ପଡ଼ିଥିଲା। ଏସ୍ପି ଏବଂ ବିଏସ୍ପି ଏଠାରେ ମହାମେଣ୍ଟ କରିଥିଲେ ଏବଂ କଂଗ୍ରେସ ମଧ୍ୟ ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦାୟିତ୍ୱ ଦେଇଥିଲା। ଏସବୁ ପରେ ମଧ୍ୟ ବିଜେପିକୁ ଉତ୍ତରପ୍ରଦେଶରେ ସଫଳତା ମିଳିଥିଲା। ବିଜେପି ମୋଟ ୮୦ ଆସନରୁ ୬୨ଟିରେ ବିଜୟ ହାସଲ କରିଥିଲା।