ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦା ଗାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଜଳେଶ୍ବର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଗତ ୧୭ ତାରିଖ ଅପରାହ୍ନରେ ମଜୁରୀ ଟଙ୍କା ଆଣିବା ପାଇଁ ନିଜ ପୁରୁଷ ବନ୍ଧୁଙ୍କ ସହ ସାଇକେଲରେ ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦାକୁ ଯାଇଥିଲେ। ଫେରିବା ବେଳେ ୫ ଜଣ ଯୁବକ ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏ ସଂପର୍କରେ କାହା ଆଗରେ ନ କହିବା ପାଇଁ ସେମାନେ ମହିଳାଙ୍କୁ ଧମକ ଦେଇଥିଲେ। ମାତ୍ର ମହିଳାଙ୍କ ପୁରୁଷ ବନ୍ଧୁ ଏ ସଂପର୍କରେ ଗାଁ ଲୋକଙ୍କ ଆଗରେ କହିବା ପରେ, ଗ୍ରାମବାସୀଙ୍କ ସହାୟତାରେ ମହିଳା ଜଣଙ୍କ ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।