ରୋହିତ ଶେଟ୍ଟୀଙ୍କ ସହ କାମ କରିବେ ଏହି ସୁପରଷ୍ଟାର

ମୁମ୍ବାଇ : ବଲିଉଡର ସୁପରଷ୍ଟାର ଜ୍ୟାକି ଶ୍ରଫ୍ଙ୍କ ଆଜି ଜନ୍ମ ଦିନ । ୬୩ବର୍ଷ ବୟସରେ ପାଦ ଦେଇଛନ୍ତି ଜ୍ୟାକି । ସେ ୧ଫେବୃୟାରୀ ୧୯୫୭ ମସିହାରେ ମୁମ୍ବାଇ ଠାରେ ଜନ୍ମ ଗ୍ରହଣ କରିଛନ୍ତି । ଜ୍ୟାକି ସ୍ବାମୀ ଦାଦ ସିନେମା ଜରିଆରେ ୧୯୮୨ ମସିହାରେ ବଲିଉଡରେ ପାଦ ଦେଇଥିଲେ ।
ସେ ହିନ୍ଦି ସିନେମା ବ୍ୟତିତ ଓଡ଼ିଆ, ତେଲଗୁ, ବଙ୍ଗାଳି ଆସି ଭାଷାରେ ସିନେମା କରିଛନ୍ତି । ଶ୍ରଫ୍ ଅନେକ ହିଟ ସିନେମାରେ କାମ କରି ଦର୍ଶକଙ୍କ ମନ ଜିତି ନେଇଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ସେ ଫ୍ୟାନ୍ମାନଙ୍କୁ ଏକ ଜବରଦସ୍ତ ସର୍ପ୍ରାଇଜ୍ ଦେଇଛନ୍ତି। ସେ ବଲିଉଡ୍ର ଆକ୍ସନ୍ ମାଷ୍ଟର୍ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ କପ୍(ପୁଲିସ୍) ୟୁନିଭର୍ସରେ ସାମିଲ୍ ହୋଇଛନ୍ତି। ରୋହିତ୍ ନିଜ ଇନ୍ଷ୍ଟାରେ ଏକ ଫଟୋ ଶୋଆର୍ କରି ଏହି ସୂଚନା ଦେଇଛନ୍ତି ।
https://www.instagram.com/p/B8ApIbPBtTl/
ଜ୍ୟାକି ଏକ ଗାଡ଼ି ଉପରେ ବେଶ୍ ଷ୍ଟଇଲିସ୍ ଅନ୍ଦାଜରେ ବସିଥିବାର ଏହି ଫଟୋରେ ଦେଖିବାକୁ ମିଶିଛି । ଫଟୋଟିକୁ ଶେଆର୍ କରି ସେ ଲେଖିଛନ୍ତି, ‘ଯେବେ ଆପଣଙ୍କୁ ଲାଗେ ଯେ ଆପଣ ମୋଁ କପ୍ ୟୁନିଭର୍ସର ସମସ୍ତ ଭୂମିକାକୁ ଜାଣନ୍ତି.. ତେବେ ଆପଣଙ୍କୁ ସାମ୍ନାକୁ ଆଣୁଛି ମୁଁ ଜ୍ୟାକି ଶ୍ରଫଙ୍କୁ। ସର୍ପ୍ରାଇଜ୍ ଏବେ ବି ବାକି ରହିଛି।’
ସୂଚନା ଅନୁଯାୟୀ ଜ୍ୟାକି ରୋହିତ୍ଙ୍କ ଆଗାମୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଜ୍ୟାକିଙ୍କ ଅନ୍ୟ ପ୍ରୋଜେକ୍ଟ କଥା କହିଲେ ସେ ଆଗକୁ ନିଜ ପୁଅ ଟାଇଗର୍ ଶ୍ରଫ୍ଙ୍କ ସିନେମା ‘ବାଗି ୩’ରେ ନଜର ଆସିବେ। ତେବେ ପ୍ରଥମ ଥର ପାଇଁ ବାପ ପୁଅ ଏକାଠି ସ୍କ୍ରିନ୍ ଶେଆର୍ କରିବେ। ।
ସିନେମା ‘ସୂର୍ଯ୍ୟବଂଶୀ’କୁ ବଲିଉଡର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍ ମିଶି ତିଆରି କରୁଛନ୍ତି। ଏହି ଫିଲ୍ମଟି ରୋହିତ୍ଙ୍କ କପ୍ ସିରିଜ୍ର ଚତୁର୍ଥ ସିନେମା । ଏହା ପୂର୍ବରୁ ଏହି ସିରିଜ୍ର ସିନେମା ‘ସିଙ୍ଘମ୍’ ଓ ‘ସିଙ୍ଘମ୍ ରିଟର୍ନସ୍’ରେ ଅଜୟ ଦେବ୍ଗନ ଓ ତୃତୀୟ ସିନେମା ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ଅକ୍ଷୟ ପ୍ରଥମଥର ପାଇଁ ଏହି ସିରିଜ୍ରେ କାମ କରୁଛନ୍ତି । ସେ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍ ଭୂମିକାରେ ଅଭିନୟ କରିଛନ୍ତି । ସୂଚନା ଅନୁଯାୟୀ, ଏହି ସିନେମାରେ ଅଜୟ ଦେଭଗନ୍ ଓ ରଣବୀର ସିଂହଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ସିନେମାଟିଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ରିଲିଜ୍ ହେବ।