ଟ୍ରଷ୍ଟରେ ରହିବେ ୧୫ ଜଣ ଟ୍ରଷ୍ଟି : ଶାହା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଗଠନ ନିମନ୍ତେ ଉଦ୍ଧିଷ୍ଟ ଟ୍ରଷ୍ଟ୍କୁ ଆଜି ଲୋକସଭାରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଗୃହ ମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି। ଅମିତ ଶାହ କହିଛନ୍ତି, ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଯେଉଁ ଟ୍ରଷ୍ଟ୍ ଗଠନ କରାଯାଇଛି ସେଥିରେ ମୋଟ ୧୫ଜଣ ଟ୍ରଷ୍ଟି ରହିବେ। ୧୫ ଟ୍ରଷ୍ଟିଙ୍କ ମଧ୍ୟରେ ନିଶ୍ଚିତ ରୂପେ ଜଣେ ଦଳିତ ସ୍ଥାନିତ ହେବେ। ଏଥିସହ ଟ୍ରଷ୍ଟ ଗଠନ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।