ରାଜ୍ୟରେ ଆଉ ୨୫ କରୋନା ଆକ୍ରାନ୍ତ, ମୋଟ ୨୭୧

ଭୁବନେଶ୍ବର: ସକାଳେ ୨୭ ଜଣ ଆଉ ଏବେ ପୁଣି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ଗୋଟିଏ ଦିନରେ ଦେଶରେ ଏହା ବୋଧହୁଏ ସର୍ବାଧିକ। ଭଦ୍ରକରେ ଜଣେ ଓ ଗଞ୍ଜାମରେ ୨୪ ଜଣଙ୍କ ଠାରେ କୋଭିଡ୍ ପଜିଟିଭ୍ ମିଳିଛି। ସମସ୍ତେ ହେଉଛନ୍ତି ଗୁଜରାଟ ଫେରନ୍ତା।
ଚଳିତ ସପ୍ତାହରେ ମିଳିଥିବା ପଜିଟିଭ୍ ନମୁନା ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗୁଜରାଟ ଫେରନ୍ତା। ମାତ୍ର ୨ ଦିନ ଭିତରେ ରାଜ୍ୟରେ ୮୬ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୨୭୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି। ୨୦୬ ଜଣ ଏବେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.