Odisha Link
Bridging the Missing Links in Odisha

ଯାଜପୁରକୁ ଟପିଲା ଗଞ୍ଜାମ, ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖା ଦୃଷ୍ଟିରୁ ରାଜ୍ୟରେ ପ୍ରଥମେ ଏକ ନମ୍ବର ସ୍ଥାନରେ ଥିଲା ଭୁବନେଶ୍ବର। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ବରକୁ ଟପି ଯାଜପୁର ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲା। ସପ୍ତାହେ ତଳେ ଆଦୌ ଗୋଟିଏ ବି କରୋନା ରୋଗୀ ନଥିବା ଗଞ୍ଜାମ ଜିଲ୍ଲା ଆଜି ଯାଜପୁରକୁ କାଟି ଏକ ନମ୍ବର ସ୍ଥାନରେ ରହିଛି। ଗଂଜାମରେ ଜଣେ କେରଳ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ ବାକି ୭୦ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା।

ଗଞ୍ଜାମରେ ଏବ ସୁଦ୍ଧା ମୋଟ ୭୧ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ୫୫ ରୋଗୀ ସହ ଯାଜପୁର ଦ୍ବିତୀୟ ସ୍ଥାନରେ ରହିଛି। ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ବର) ୫୧ ରୋଗୀ ସହ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଭୁବନେଶ୍ବରରେ ମାତ୍ର ୧୭ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଯାବତ୍ ବାଲେଶ୍ବରରେ ୨୭, ଭଦ୍ରକରେ ୨୪, ସୁନ୍ଦରଗଡ଼ରେ ୧୨, କେନ୍ଦ୍ରାପଡ଼ାରେ ୮, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪, ବଲାଭ୍ଗୀରରେ ୨, ଝାରସୁଗୁଡ଼ାରେ ୨, କେନ୍ଦୁଝରରେ ୨, କଟକରେ ୨, କଳାହାଣ୍ଡିରେ ୨, କୋରାପୁଟରେ ଜଣେ, ଦେଓଗଡ଼ରେ ଜଣେ, ଢେଙ୍କାଳରେ ଜଣେ ଓ ପୁରୀରେ ଜଣେ କରୋନା ରୋଗୀ ଠାବ ହୋଇଛନ୍ତ। ରାଜ୍ୟରେ ମୋଟ ୨୭୧ ଜଣ କରୋନା ଆକ୍ରାନ୍ତ ଅଛନ୍ତି।

Comments are closed.