Odisha Link
Bridging the Missing Links in Odisha

କରୋନା: ୮୮ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ୩୦ ହଜାରରୁ ଅଧିକ ଗୁଜୁରାଟ ଫେରନ୍ତା ଏବେ ବିଭିନ୍ନ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ଏଯାବତ୍ ଏମାନଙ୍କ ମଧ୍ୟରୁ ୮୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ମାତ୍ର ୬ ଦିନ ମଧ୍ୟରେ ୮୮ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ଗଞ୍ଜାମରେ ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି।

ମେ’ ୩ ତାରିଖରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେହି ଜିଲ୍ଲାରୁ ମେ’ ୫ ଓ ୬ ତାରିଖରେ ଆଉ ଦୁଇଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ମେ’ ୭ ତାରିଖରେ ଗଞ୍ଜାମରୁ ଆଉ ୨୪ ଜଣ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି (ମେ’ ୮) ଗୋଟିଏ ଦିନରେ ଜିଲ୍ଲାରେ ୪୧ ଜଣ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି।

୮ ମେ ୨୦୨୦ ସୁଦ୍ଧା ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ
ଗଞ୍ଜାମ ୬୯
ଜଗତସିଂହପୁର ୫
କେନ୍ଦ୍ରାପଡ଼ା ୫
ଭଦ୍ରକ ୩
ମୟୁରଭଞ୍ଜ ୪
କଟକ ୧
ବାଲେଶ୍ବର ୧

Comments are closed.