କରୋନା: ଆଜି ରାଜ୍ୟରେ ୨୪ ଆକ୍ରାନ୍ତ, ମୋଟ ୨୯୪

ଭୁବନେଶ୍ବର: ଆଜି ରାଜ୍ୟରେ ୨୪ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ପ୍ରଥମ ଥର ପାଇଁ ଆଜି ନୟାଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ମିଳିଛନ୍ତି। ଏହି ୨୪ ଜଣଙ୍କ ମଧ୍ୟରୁ ରାଉରକେଲାର ଜଣଙ୍କୁ ଛାଡ଼ିଦେଲେ ବାକି ୨୩ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା।
ଏମାନଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ରେ ପହଞ୍ଚିଛି। ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୩ ଜଣ ରୋଗୀ ଅଛନ୍ତି।