ଭାରତକୁ ୨୦୦ ଭେଣ୍ଟିଲେଟର ଦେବ ଆମେରିକା, ଟ୍ରମ୍ପ୍ କହିଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍କୁ ନେଇ ସାରା ବିଶ୍ବବାସୀ ମୁକାବିଲା କରୁଛନ୍ତି। ଏହି ସମୟରେ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାକୁ ସାହାଯ୍ୟ କରିଥିଲା ଭାରତ। ବର୍ତ୍ତମାନ ସମୟରେ ଭାରତକୁ ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। କରୋନା ଆକ୍ରାନ୍ତ ଚିକିତ୍ସା ଲାଗି ଭାରତକୁ ଭେଣ୍ଟିଲେଟର ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, “ମୁଁ ଗର୍ବର ସହ ଘୋଷଣା କରିବାକୁ ଯାଉଛି ଯେ, ଭାରତୀୟ ବନ୍ଧୁଙ୍କ ପାଇଁ ଆମେରିକା ଭେଣ୍ଟିଲେଟର ଯୋଗାଇବ। ଏହି ମହାମାରୀ ସହ ଲଢ଼େଇ ବେଳେ ଆମେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛୁ। ଟିକା ବାହାର କରିବା ପାଇଁ ଭାରତ ସହ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ। ଏକାଠି ହୋଇ ଆମେ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସକ୍ଷମ ହେବୁ।”
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆମେରିକା ଭାରତକୁ ୨୦୦ଟି ମୋବାଇଲ ଭେଣ୍ଟିଲେଟର ଯୋଗାଇବ। ଯାହାର ମୁଲ୍ୟ ୧୯୨ ମିଲିୟନ୍ ବୋଲି ଜଣା ପଡ଼ିଛି । ଏହି ସବୁ ଭେଣ୍ଟିଲେଟର ମେ ମାସ ଶେଷ କିମ୍ବା ଜୁନ ପ୍ରାରମ୍ଭରେ ଭାରତରେ ପହଁଞ୍ଚିବେ ବୋଲି ଜଣା ପଡ଼ିଛି।
ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକାକୁ ବିପୁଳ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇଥିଲା। ଏହାକୁ ନେଇ ଭାରତର ସହାୟତାକୁ ନାଲ୍ଡ ଟ୍ରମ୍ପ ବେଶ୍ ପ୍ରଶଂସା କରିଥିଲେ।
https://twitter.com/realDonaldTrump/status/1261368451555360774