ନୟାଗଡ଼: ଆଜି ଜଣେ ପଜିଟିଭ ଚିହ୍ନଟ ପରେ କୋଭିଡ ଟେଷ୍ଟ ପାଇଁ ଲମ୍ବା ଧାଡ଼ି

ନୟାଗଡ଼: ମହାମାରୀ କରୋନ ଭାଇରସ୍ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିସହିତ ନୟାଗଡ଼ ଜିଲ୍ଲାରେ ମଧ୍ୟ ମହାମାରୀ କରୋନା ସଂକ୍ରମଣ ମଧ୍ୟ ବ୍ୟାପି ଚାଲିଛି। ଏସବୁ ମଧ୍ୟରେ ନୟାଗଡ଼ ପିଟିଏସ୍ରେ ଥିବା କୋଭିଡ ହେଲଥ୍ ସେଣ୍ଟରେ କୋଭିଡ ଟେଷ୍ଟ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି। ଲୋକମାନେ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି କୋଭିଡ ସେଣ୍ଟରରେ ଯାଇ ନିଜର କୋଭିଡ ପରୀକ୍ଷା କରୁଛନ୍ତି।
ଗତକାଲି ନୟାଗଡ଼ ସହରସ୍ଥିତ ଦେବୋତ୍ତର କଲୋନିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ହେଲେ ସବୁଠାରୁ ବଡ଼ କଥା ହେଲା ଉକ୍ତ ବ୍ୟକ୍ତି ଜଣକର ଏକ ବଡ଼ ସୁନା ଅଳଙ୍କାର ଦୋକାନ ରହିଛି। ସେଠିକି ଦିନକୁ ଶହ ଶହ ଲୋକ ସୁନା ଅଳଙ୍କାର କିଣିବାକୁ ଯାଇଥିଲେ। ଏହି ପ୍ରରିପେକ୍ଷୀରେ ଉକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବା ଖବର ଜାଣିବା ପରେ ସମ୍ପୃକ୍ତ ଯୁବକଙ୍କ ଅଳଙ୍କାର ଦୋକାନକୁ ଯାଇଥିବା ବ୍ୟକ୍ତି ବିଶେଷ ତଥା ନୟାଗଡ଼ ସହର ଶହ ଶହ ବ୍ୟକ୍ତି କରୋନା ପରୀକ୍ଷା ପାଇଁ ପିଟିଏସ ରୋଡ଼ରେ ଥିବା କୋଭିଡ କେୟାର ସେଣ୍ଟର ଭିଡ଼ ଜମେଇଛନ୍ତି।
ଜିଲ୍ଲାରା ଆଜି ପର୍ଯ୍ୟନ୍ତ ମୋଟ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ଆଉ ୧୧ ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.