Odisha Link
Bridging the Missing Links in Odisha

ପିଏମ୍‌ ମୋଦିଙ୍କ ସହ କଥା ହୋଇଛି: ଗେହଲଟ୍‌

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ରାଜନୈତିକ ନାଟକ ଜାରି ରହିଛି। ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ରାଜ୍ୟପାଳ କାଲରାଜ ମିଶ୍ରଙ୍କ କାର୍ଯ୍ୟକୁ ନେଇ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସାତ ଦିନ ପୂର୍ବରୁ ଲେଖିଥିବା ଚିଠିକୁ ନେଇ ମୋଦିଙ୍କ ସହ ଆଲୋଚନା କରିଛି।

ଅପରପକ୍ଷେ ରାଜ୍ୟପାଳ ଗେହଲଟ ସରକାରଙ୍କୁ ବିଧାନସଭା ଅଧିବେଶନ ଡାକିବା ପ୍ରସ୍ତାବ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି। ରାଜସ୍ଥାନ ହାଇକୋର୍ଟରେ ବିଜେପି ବିଧାୟକଙ୍କ ଦ୍ବାରା ହୋଇଥିବା ପିଟିଶନ୍‌ ଉପରେ ଶୁଣାଣି ଚାଲିଛି।