Odisha Link
Bridging the Missing Links in Odisha

ଚୀନକୁ ବଡ଼ ଝଟକା: ଏସ୍ ୪୦୦ କ୍ଷେପଣାସ୍ତ୍ର ବିତରଣ ଉପରେ ରୋକ ଲଗାଇଲା ଋଷ

ନୂଆଦିଲ୍ଲୀ: ଚୀନକୁ ଝଟକା। ଚୀନକୁ ବଡ଼ ଝଟକା ଦେଇଛି ଋଷ। ପ୍ରଚଣ୍ଡ ଶକ୍ତିଶାଳୀ କୁହାଯାଉଥିବା ଏବଂ ବାୟୁୁରୁ ବାୟୁରେ ପ୍ରତିପକ୍ଷ ବିମାନକୁ ଧ୍ଵଂସ କରିବାକୁ ସକ୍ଷମ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ନିମନ୍ତେ ଚୀନ ଚୁକ୍ତିରେ ପ୍ରତିବନ୍ଧକ ଲଗାଇଛି ରୁଷିଆ। ରୁଷ ଏପରି ଏକ ସମୟରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ରୋକିବାକୁ ନିଷ୍ପତ୍ତି ନେଇଛି, ଯେତେବେଳେ କି ଚୀନ ବିଭିନ୍ନ ଦେଶ ସହ କୁଟନୈତିକ ସ୍ତରରେ ଲଢ଼େଇ ଆରମ୍ଭ କରିଛି।

ପୂର୍ବ ଲଦାଖରେ ଚୀନ୍ ଭାରତ ସହ ରକ୍ତାକ୍ତ ସଂଘର୍ଷ ଚଳାଇଛି, ଏଠାରେ ସ୍ଥିତି ଅତ୍ୟନ୍ତ ସ୍ପର୍ଶକାତର ରହିଛି। ସେପଟେ ହଂକଂ ଓ ଚୀନ ସାଗରରେ ନିଜର ଦାଦାଗିରି ପାଇଁ ଚୀନ ଆମେରିକା ଓ ୟୁରୋପୀୟ ଦେଶ ସହ ମୁହାଁମୁହିଁ ହୋଇଛି। ଅନ୍ୟପକ୍ଷରେ ଜାପାନ, ଅଷ୍ଟ୍ରେଲିଆ, ଭିଏତନାମ, କାମ୍ବୋଡ଼ିଆ, ଇଣ୍ଡୋନେସିଆ ସହ ଚୀନ ନିଜର ସାମ୍ରାଜ୍ୟବାଦୀ ମନୋଭାବ ଯୋଗୁଁ ସମ୍ପର୍କ ତିକ୍ତରୁ ତିକ୍ତତର ହୋଇଛି। ଏହି ସ୍ଥିତିରେ ଏସ୍-୪୦୦ କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବା ଉପରେ ରୁଷ ପ୍ରତିବନ୍ଧକ ଲଗାଇବା ଦ୍ବାରା ଚୀନ ଚିନ୍ତିତ ହୋଇଛି। ଅନ୍ୟ ପକ୍ଷରେ ଆନ୍ତର୍ଜାତିକସ୍ତରରେ ଚୀନକୁ କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବାରେ ରୁଷର ପଦକ୍ଷେପକୁ ୟୁରୋପୀୟ ଦେଶ ଓ ଆମେରିକା ପ୍ରଶଂସା କରିଛନ୍ତ । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ରୁଷ ଭାରତକୁ ଏହି କ୍ଷେପଣାସ୍ତ୍ର ସିଷ୍ଟମ ଯୋଗାଇବା ନେଇ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି। ଭାରତକୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସିଷ୍ଟମ ଚଳିତ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ରୁଷ କହିଛି ।

ପୂର୍ବରୁ ଏହି କ୍ଷେପଣାସ୍ତ୍ର ସିଷ୍ଟମକୁ ରୋକିବା ନିମନ୍ତେ ସୂତ୍ର ସନ୍ଧାନ କରିବାରେ ଚୀନ ଗୁଇନ୍ଦା ଲାଗିଥିବା ମସ୍କୋ ଅଭିଯୋଗ କରିଥିଲା। ସେଣ୍ଟ ପିଟର୍ସବର୍ଗ ଆର୍କାଟିକ ସୋସିଆଲ ସାଇନସେସ ଏକାଡ଼େମୀର ଅଧ୍ୟକ୍ଷ ବାଲେରୀ ମିଟ୍କୋଙ୍କ ଉପରେ ଚୀନକୁ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତି ନକ୍ସା ଓ ଅନ୍ୟାନ୍ୟ ସୂତ୍ର ଗୋପନରେ ଯୋଗାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି ରୁଷ।

Comments are closed.