ଅଣାୟତ୍ତ କରୋନା: ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢ଼ିଲା ଲକ୍ଡାଉନ୍

ପାଟନା: ମହାମାରୀ କରୋନା ଭାଇରସ୍ ସଂକ୍ରମଣ ଦେଶରେ ଦିନକୁ ଦିନ ତାର କରାଳ ରୂପ ଦେଖାଉଛି। ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ବର୍ତ୍ତମାନ ସାରା ଦେଶରେ ଅନ୍ଲକ୍-୩ କଟକଣା ଲାଗୁ ହୋଇଛି। ହେଲେ ଦେଶରେ କାବୁ ହେଉନାହିଁ କରୋନା ସଂକ୍ରମଣ। କରୋନା ସଂକ୍ରମଣର ଭୟାବହତକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ସେପ୍ଟମ୍ବର ୬ ଯାଏଁ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି।
ବିହାର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ସେପ୍ଟମ୍ବର ୬ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଏହାପୂର୍ବରୁ ଜୁଲାଇ ୩୦ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣା ଜାରି କରିଥିଲେ। ଯାହାର ଅବଧି ଗତକାଲି ଶେଷ ହୋଇଥିଲା। ଫଳରେ ଆଜିଠୁ ପୁଣି କରୋନା କଟକଣା ଜାରି କରିଛନ୍ତି ବିହାର ସରକାର।