ବର୍ଷା ବିତ୍ପାତରେ ୫ ମୃତ

ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଏବଂ ବଲାଙ୍ଗୀର ଓ ଦେବଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନଦୀରେ ଭାସିଯାଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାନ୍ଥପଡ଼ି ୩ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.