ଜୟରାମ ପାଙ୍ଗିଙ୍କୁ କରୋନା

ଜୟପୁର: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା। କରୋନାରେ ପଜିଟିଭ୍ ହୋଇଥିବା ନେଇ ଜୟରାମ ନିଜେ ସୂଚନା ଦେଇଛନ୍ତି। ଗତକାଲି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି। ସୂଚନାଅନୁସାରେ, ଶ୍ରୀ ପାଙ୍ଗି ଅସୁସ୍ଥ ହେବା ପରେ ନିଜର କରୋନା ଟେଷ୍ଟ କରାଇଥିଲେ। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।
Comments are closed.