ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି ସିବିଆଇ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ସୁଶାନ୍ତ ମୃତ୍ୟୁ ସହ ଯୋଡ଼ି ଯାଞ୍ଚ କରିବ ସିବିଆଇ। ଏବେ ସିବିଆଇ ସୁଶାନ୍ତ ଏବଂ ତାଙ୍କର ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପଛରେ କିଛି ସଂପର୍କ ରହିଛି କି ନାହିଁ ଆଙ୍ଗେଲ୍ରେ ତଦନ୍ତ କରିବ। ଏଥିପାଇଁ ସିବିଆଇ ଦିଶା ସାଲିଆନ କାମ କରୁଥିବା କରର୍ଣ୍ଣରଷ୍ଟୋନ୍ କମ୍ପାନିର ସିଇଓ ବଣ୍ଟି ସଜଦେହଙ୍କୁ ଜେରା କରିବା ପାଇଁ ସମନ ଜାରି ଜାରିଥିଲା। ଆଜି ବଣ୍ଟି ସଜଦେହ ଡିଆର୍ଡିଓ ଗେଷ୍ଟ୍ ହାଉସ୍ରେ ହାଜର ହୋଇଛନ୍ତି। ବଣ୍ଟିଙ୍କୁ ସିବିଆଇ ଅଧିକାରୀମାନେ ପଚରାଉଚରା କରୁଛନ୍ତି।
ସୂଚନା ଯୋଗ୍ୟ, ଦିଶା ସାଲିୟାନଙ୍କ ମୃତ୍ୟୁ ସୁଶାନ୍ତଙ୍କ ମୃତ୍ୟୁର ୮ ଦିନ ପୂର୍ବରୁ ଜୁନ ୮ରେ ହୋଇଥିଲା। ଜୁନ ୮ରେ ୧୪ମହଲାରୁ ଖସି ମୃତ୍ୟୁ ହୋଇଥିଲା ସେହି ଦିନ ରିୟା ସୁଶାନ୍ତ ଘର ଛାଡ଼ି ଚାଲି ଆସିଥିଲେ। ଦୁଇଜଣଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଭାବୁଛନ୍ତି ସୁଶାନ୍ତଙ୍କ କୋଟି କୋଟି ପ୍ରଶଂସକ। ଏବେ ସିବିଆଇ ମଧ୍ୟ ସେ ଦିଗକୁ ନେଇ ତଦନ୍ତ କରିବ। ଏଥିପାଇଁ ସିବିଆଇ ଦିଶାଙ୍କ ସହ କାମ କରୁଥିବା କର୍ମାଚାରୀ ବଣ୍ଟି ସଜଦେହଙ୍କୁ ପଚରାଉଚରା କରୁଛି।