୬୬ ବର୍ଷରେ ପାଦ ଥାପିଲେ ରେଖା
ମୁମ୍ବାଇ: ୬୬ ବର୍ଷରେ ପାଦ ଥାପିଲେ ବଲିଉଡର ଏଭର-ଗ୍ରୀନ୍ ଅଭିନେତ୍ରୀ ରେଖା।। ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ରେଖା ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ରଙ୍ଗୁଲା ରତ୍ନମରେ ଶିଶୁ ଅଭିନେତ୍ରୀ ଭାବରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲ ରେଖା।
୧୮୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି ଅଭିନେତ୍ରୀ ରେଖା। ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ସାୱାନ୍ ଭଦୋ (୧୯୭୦)।
ରେଖା ୧୯୭୮ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରରେ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ଚରିତ୍ରରେ ନଜର ଆସିଥିଲେ। ଯାହା ତାଙ୍କ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଲଟିଥିଲା। ସେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କର ପ୍ରଥମ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରଷ୍କାର ହାତେଇ ଥିଲେ। ରେଖା ୧୯୭୮ରେ ଅମିତାଭ ବଚ୍ଚନଙ୍କ ସହ ମୁକଦ୍ଦର କା ସିକନ୍ଦର ଫିଲ୍ମରେ ନଜର ଆସିଥିଲେ। ଚଳଚ୍ଚିତ୍ରଟି ସେହି ଦଶନ୍ଧିର ସବୁଠାରୁ ବଡ ହିଟ୍ ହୋଇଥିଲା।
Comments are closed.