ବିଜେଡି ଅଫିସ୍ କେବେ ସିଲ୍ ହେବ : ଅପରାଜିତା
ଭୁବନେଶ୍ୱର :ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କ ଅଫିସ ସିଲ ହେବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି ।
ଅପରାଜିତା ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାର ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ।
ଯେଉଁଥିରେ ରହିଛି ବିଜେଡି ଅଫିସ, ମହାରଥୀଙ୍କ ଶେଷକୃତ୍ୟ ଗହଳି। ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧି ନଥିଲେ।
ସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ୩ଶହ ଲୋକ ମାସ୍କ ପିନ୍ଧିନଥିଲେ। ଏହି ଅବସରରେ ସେ କହିଥିଲେ, ଦୈନିକ ୧୩/୧୪ ଘଣ୍ଟା କାମ କରୁଛି, ଲୋକଙ୍କ ପାଖକୁ ଯାଉଛି।
ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି ଅପରାଜିତା କହିଛନ୍ତି।
ଏ ସମସ୍ତ ୧୭ ଫଟୋ, ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ସେମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ହୋଇଛି ଜାଣିବାକୁ ଚିଠି ଲେଖିବି।
୧୫ ଦିନ ଭିତରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି। ଅଫିସ୍ ସିଲ୍ ଥିବା ଯାଏଁ ରାଜରାସ୍ତାରେ ବସି କାର୍ଯ୍ୟାଳୟ ଚାଲୁ ରହିବ। ଅଫିସ୍ ସିଲ୍ କରନ୍ତୁ, ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ ବୋଲି ଅପରାଜିତା କହିଛନ୍ତି।
୭ ମାସ ନିବାସରେ ରହି ଶାସନ ଚାଲିପାରିବ ନାହିଁ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଯେଉଁମାନେ ପାର୍ଟି ଅଫିସ୍ରେ ଥିଲେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତି ଡବଲ ଷ୍ଟାଣ୍ଡାର୍ଡ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ସାଧାରଣ ଲୋକଙ୍କ ସମସ୍ୟା କଥା ବୁଝୁଛନ୍ତି। ତାଙ୍କ ଅଫିସ ଆଜି ବିଏମସି ୧୫ ଦିନ ଅଫିସ ସିଲ କରିଦେଇଥିଲେ ସୁଦ୍ଧା ସେ ଅଫିସ ବାହାରେ କାର୍ଯ୍ୟ କରିବେ ବୋଲି ବିଜେଡିକୁ ଆହ୍ୱାନ ଦେଇଛନ୍ତି।
ତେବେ ସେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିନଥିଲେ ମଧ୍ୟ ଟିକିଏ ଭାବନାତ୍ମକ ହୋଇଯାଇ ମହିଳାମାନଙ୍କ ସହିତ ନୃତ୍ୟରେ ସାମିଲ ହୋଇଥିଲେ।
Comments are closed.