ଆଇପିଏସଙ୍କ ନାଁରେ ନକଲି ଆକାଉଣ୍ଟ

ଭୁବନେଶ୍ୱର: ସୋସିଆଲ ମିଡ଼ିଆକୁ ଅନେକ ଲୋକ ବ୍ୟବହର କରିଥାନ୍ତି । ତେବେ ଅନେକ ଦୁର୍ବୁ୍ତ୍ତ ନକଲି ଆକାଉଣ୍ଟ ଖୋଲୁଛନ୍ତି । କେତେକ ସ୍ଥାନରେ ଲୋକେ ନକଲି ଆଇଡି ସହାୟତାରେ ଟଙ୍କା ମଧ୍ୟ ମାଗୁଛନ୍ତି।
ଡିସିପି ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି। ବର୍ତ୍ତମାନ ଗୁଇନ୍ଦା ବିଭାଗ ଡିଆଇଜି ଥିବା ଖୋଦ୍ ଅନୁପ ନିଜେ ଏହି ସୂଚନା ଦେଇଛନ୍ତି।
ତେବେ ଏଥିରୁ କୌଣସି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋଶାଲ ମିଡିଆରେ ଅନୁରୋଧ କରିଛନ୍ତି। ଏହାସହିତ ସେ ସାଇବର ଥାନାରେ ଏତଲା ଦେବେ ବୋଲି ମଧ୍ୟ କହିଛନ୍ତି।
ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଆଇନ ଥିଲେ ସୁଦ୍ଧା ଅପରାଧୀମାନେ ଅନେକ ସ୍ଥଳରେ ଧରାପଡୁ ନାହାନ୍ତି। ତେଣୁ ଏହା ପୁଲିସ ପ୍ରଶାସନ ପାଇଁ ବଡ଼ ଚିନ୍ତାର ବିଷୟ ସାଜିଛି।
Comments are closed.