ରାଜ୍ୟରେ ପାଦ ଥାପିଲାଣି ଶୀତ

ଭୁବନେଶ୍ୱର: ଓଡ଼ିଶାରୁ ଫେରିଲା ମୌସୁମୀ। ମୌସୁମୀ ଫେରିଥିବା ବେଳେ ରାଜ୍ୟକୁ ଛୁଇଁଲାଣି ଶୀତ। ଲାଲିନା ପ୍ରଭାବ ଥିବାରୁ ଚଳିତ ବର୍ଷ ଅଧିକ ଶୀତ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ସେପଟେ କିମିଲାଣି ପାରଦ, କନ୍ଧମାଳ ଜିଲ୍ଲାରେ ପାଦ ଥାପିଲାଣି ହାଲ୍କା ଶୀତ।
ଦୁଇ ଦିନ ହେବ ଫୁଲବାଣୀ ସହର ସମେତ ଜିଲ୍ଲାର ଦାରିଙ୍ଗବାଡ଼ି, ବେଲଘର, ରାଇକିଆ, ଜି. ଉଦୟଗିରି ଆଦି ଅଞ୍ଚଳରେ କୁହୁଡ଼ି ସାଙ୍ଗକୁ ହାଲକା ଥଣ୍ଡା ଅନୁଭୂତ ହୋଇଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ୧୫ ଡିଗ୍ରୀ ସେଲସିୟସକୁ ଖସିଆସିଛି।